ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଅଡ଼ୁଆରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ମାମଲା ଉପରେ ପୂର୍ବରୁ ଜାରି କରାଯାଇଥିବା ରହିତାଦେଶ ଉଠିଛି। ଫଳରେ ଜାମିନ ସର୍ତ୍ତ ଅନୁସାରେ ଜେରା ସମୟରେ ସବୁ ତାରିଖରେ ଶ୍ରୀ ପାଣିଗ୍ରାହୀ ନିମ୍ନ ଅଦାଲତରେ ହାଜର ହେବେ। ଟାଟା…
ଅଧିକ ଖବର ଦେଖନ୍ତୁ...

ଓଆରଏଚଡିସି ଦୁର୍ନୀତି ମାମଲା: ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ଓଡ଼ିଶା ଭିଜିଲାନ୍ସକୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ହାଇକୋର୍ଟ ରାୟକୁ…
ଅଧିକ ଖବର ଦେଖନ୍ତୁ...

ଜାମିନ ପରେ ବି ଜେଲ୍‌ରେ ବନ୍ଦୀ ମାମଲା: ୯ ଦିନରେ ମୁକୁଳିଲେ ୭୫; ତଥାପି ଅଛନ୍ତି ୩୬୯

କଟକ: ଅଦାଲତ ଜାମିନ ମଞ୍ଜୁର କରିବା ସତ୍ବେ ସର୍ତ୍ତପୂରଣ କରି ନ ପାରି ଏବେ ବି ୩୬୯ଜଣ ବିଚାରାଧୀନ ବନ୍ଦୀ ରାଜ୍ୟର ବିଭିନ୍ନ ଜେଲରେ ଅଛନ୍ତି। ଜେଲ ସଂସ୍କାର ସଂପର୍କିତ ମାମଲାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

କଟକ ସହର ପାଇଁ ଟିପିସିଓଡିଏଲର ବଡ ପଦକ୍ଷେପ

କଟକ:ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦେଇ ଉପଭୋକ୍ତାଙ୍କୁ ଉନ୍ନତ ବିଦ୍ୟୁତ ସେବା ଯୋଗାଇବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ଟିପିସିଓଡିଏଲ୍। ଏହିକ୍ରମରେ କଟକ ସହରରେ ଲୋ ଭୋଲ୍ଟେଜ ସମସ୍ୟା ଦୂର ସହ ବିଦ୍ୟୁତ ସଂଯୋଗ ପାଇଁ ଦୁଇଟି ୩୩ କେଭି ଫିଡର୍ ଚହଟା-୧ ଓ ୨, ବ୍ରଜବିହାରୀପୁର ପ୍ରାଇମେରୀ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ଡରାଉଛି ପାକିସ୍ତାନ ପୁଲିସ!

କଟକ: ଓଡ଼ିଶାରେ ଏବେ ସାଧାରଣ ଲୋକଙ୍କୁ ଡରାଉଛି ପାକିସ୍ତାନ ପୁଲିସ। ସେମାନଙ୍କ ପୁଅ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫସିଥିବା କହୁଛନ୍ତି। ଟଙ୍କା ନ ଦେଲେ ମାମଲା ରୁଜୁ ହେବ ଓ ପୁଅ ଜେଲ୍ ଯିବା ନେଇ ଧମକ ଦେଉଛନ୍ତି। ଏମିତି କହି ସାଇବର୍ ଠକ ଓଡ଼ିଆ ଲୋକଙ୍କ ନିକଟରୁ ଟଙ୍କା ଲୁଟିନେଉଥିବା ଭଳି…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗଦେଇ ଟିକେଟ୍‌ ହାତେଇଲେ ଅଭିନେତ୍ରୀ ବର୍ଷା, କଟକ ଚଣ୍ଡୀଙ୍କ ଶରଣ ନେଇ କଲେ ପୂଜାର୍ଚ୍ଚନା

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବାର ଦିନକ ପରେ ଓଲିଉଡ ଅଭିନେତ୍ରୀ ବିଧାନସଭା ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ୍‌ ହାତେଇଛନ୍ତି। ବର୍ଷାଙ୍କ ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭରସା ରଖିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ଆସନ ପାଇଁ ବର୍ଷାଙ୍କୁ ପ୍ରାର୍ଥୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ରୋଚକ ମୋଡ଼ରେ ମାହାଙ୍ଗା ରାଜନୀତି: ଚେହେରା ବଦଳାଇଲେ ବିଜେଡି, ବିଜେପି

କଟକ: କଟକର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗାର ରାଜନୈତିକ ଦୃଶ୍ୟପଟ୍ଟ ଏଥର ଅପ୍ରତ୍ୟାଶିତ ଭାବେ ବଦଳି ଯାଇଛି। ଗଲା ଦୁଇଟି ନିର୍ବାଚନରେ ପରସ୍ପରକୁ ଟକ୍କର ଦେଇ ଆସୁଥିବା ବିଧାୟକ ପ୍ରତାପ ଜେନା ଓ ସାରଦା ପ୍ରଧାନ ଏଥର ଟିକେଟ ପାଇ ନାହାନ୍ତି। ଯଦିଓ ବିଜେଡି ପ୍ରତାପ ଜେନାଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଅଧିକାରୀଙ୍କୁ ଭର୍ତ୍ତୃହରି ମହତାବଙ୍କ ଦୁର୍ବ୍ୟବହାର ଅଭିଯୋଗ ମାମଲା: ୩୦ରେ ପରବର୍ତ୍ତୀ ଶୁଣାଣି

କଟକ: ପୁଲିସ ଅଧିକାରୀଙ୍କୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୁର୍ବ୍ୟବହାର ଅଭିଯୋଗ ମାମଲାରେ ଜେଏମ୍‌ଏଫ୍‌ସି କୋର୍ଟରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଜେରା କରାଯାଇଛି। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧…
ଅଧିକ ଖବର ଦେଖନ୍ତୁ...

କଟକ ସଦର ରାଜନୀତି: ଦୁଇ ନବାଗତଙ୍କ ସହ ଚନ୍ଦ୍ରସାରଥିଙ୍କ ଲଢ଼େଇ

କଟକ: କଟକ ସଦର ସଂରକ୍ଷିତ ନିର୍ବାଚନମଣ୍ଡଳୀରେ ଏଥର ଲଗାତାର ତୃତୀୟ ଥର ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା। ଗଲା ଦୁଇଟି ନିର୍ବାଚନରେ ଚନ୍ଦ୍ରସାରଥି ବିଜୟୀ ହୋଇଥିବା ବେଳେ ଏଥର କିନ୍ତୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବଦଳି ଯାଇଛନ୍ତି। ଚନ୍ଦ୍ରସାରଥିଙ୍କୁ ସଦରରେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ସର୍ଭିସ ରୋଡ

ପାଣିକୋଇଲି: ପାଣିକୋଇଲି ବଜାର ସର୍ଭିସ ରୋଡ୍‌ ଏବେ ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ରହିଛି। ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳ ହୋଇଥିବାରୁ ପାଣିକୋଇଲିରେ ସର୍ବଦା ଭାରୀଯାନର ଭିଡ଼ ଦେଖିବାକୁ ମିଳିଥାଏ। ପ୍ରତିଦିନ ହଜାରହଜାର ଭାରୀଯାନ, ଯାତ୍ରୀବାହୀ ବସ…
ଅଧିକ ଖବର ଦେଖନ୍ତୁ...